ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କୋଣାର୍କ ଚନ୍ଦ୍ରଭାଗା | ଗୋଆ ସମୁଦ୍ରକୂଳର ୱାଟର ସ୍ପୋଟ୍ସର ମଜା ଏବେ ଚନ୍ଦ୍ରଭାଗା ସମୁଦ୍ରକୂଳରେ ପାଇବେ ପର୍ଯ୍ୟଟକ | କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରକୂଳରେ ୱାଟର ସ୍ପୋଟ୍ସର ଶୁଭ ଉଦ୍ଘାଟନ ହୋଇଯାଇଛି | ମୁଖ୍ୟଅତିଥି ଭାବେ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତ ବେହେରା ଉପସ୍ଥିତ ରହି ଏହାର ଶୁଭ ଉଦ୍ଘାଟନ କରିଛନ୍ତି | ସମୁଦ୍ର ଭିତରେ ୦.୫ ନଟିକଲ ମାଇଲ ପର୍ଯ୍ୟନ୍ତ ଜେଟିରେ ଓ ପାଖାପାଖି ୯ଶହ ସମୁଦ୍ରଗର୍ଭକୁ ଯାଇପାରିବେ ପର୍ଯ୍ୟଟକ | ଗୋଆ ଠାରୁ ଅଳ୍ପ ମୂଲ୍ୟରେ ପର୍ଯ୍ୟଟକ ଏହାର ମଜା ନେଇପାରିବେ | ଏହା ମାଧ୍ୟମରେ ପର୍ଯ୍ୟଟକ ଆକୃଷ୍ଟ ହେବା ସହ ପର୍ଯ୍ୟଟନ ବିଭାଗର ଆର୍ଥିକ ଅଭିବୃଦ୍ଧି ବଢିବ |

LEAVE A REPLY

Please enter your comment!
Please enter your name here