ମନୀଷ ଅନୁରାଗଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ତିନି ଅଭିଯୁକ୍ତଙ୍କୁ ଚାରିଦିନ ପାଇଁ ରିମାଣ୍ଡରେ ନେବ ପୋଲିସ । ଇନଫୋସିଟୀ ଥାନା ପୋଲିସ ଅଧିକ ତଦନ୍ତ ପାଇଁ ପାଞ୍ଚଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ଭୁବନେଶ୍ବର ଜେଏମଏଫସି ଚାରିଦିନ ରିମାଣ୍ଡ ମଂଜୁର କରିଛନ୍ତି । ମନୀଷ ହତ୍ୟାକାଣ୍ଡରେ ତିନି ସାଙ୍ଗଙ୍କୁ ଗତକାଲି ଗିରଫ କରିଥିଲା କମିଶନରେଟ ପୋଲିସ । ତେବେ ହତ୍ୟାକାଣ୍ଡ ସହ ଆଉ କାହାର ସଂପୃକ୍ତି ରହିଛି କି ନାହିଁ, ସେସଂପର୍କରେ ତଦନ୍ତ କରୁଛି ପୋଲିସ ।

ଗତ 10 ତାରିଖରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ସହର ଉପକଣ୍ଠ ପାତ୍ରପଡା ସ୍ଥିତ ପୋଖରୀରୁ ମିଳିଥିଲା । ହୋଟେଲ ବିଲ ପେମେଣ୍ଟକୁ ନେଇ ଚାରି ସାଙ୍ଗଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ତିନିସାଙ୍ଗ ମିଶି ମନୀଷକୁ ହତ୍ୟା କରିଥିଲେ ବୋଲି ଡିସିପି ଉମାଶଙ୍କର ଦାସ ଗତକାଲି ପ୍ରେସମିଟ୍ କରି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here