ଧଳା ଜହରର କଳା ସାମ୍ରାଜ୍ୟ । ଜଗତସିଂହପୁରରୁ ଜବତ ହୋଇଛି ବିପୁଳ ପରିମାଣର ଧଳା ଜହର । ଅବକାରୀ ଓ ପୋଲିସ ବିଭାଗ ହାତରେ ଲାଗିଛି ୩୦୦ ଗ୍ରାମର ବ୍ରାଉନ ସୁଗାର । ଯାହାର ଆନୁମାନିକ ମୁଲ୍ୟ ୩୦ ଲକ୍ଷ ଟଙ୍କା । କେବଳ ବ୍ରାଉନ ସୁଗାର ନୁହେଁ, ପିସ୍ତଲ ସହ ଏକ କେଟିଏମ ରେସିଙ୍ଗ୍ ବାଇକ୍ ପୋଲିସ ଜବତ କରିଛି । ବାଲେଶ୍ୱର-ଖୋର୍ଦ୍ଧାରୁ ବ୍ରାଉନସୁଗାରର ଚେର ଜଗତସିଂପୁରକୁ ଲମ୍ବିଛି । ମୁହଁ ଲୁଚାଇ ବସିଥିବା ଅଭିଯୁକ୍ତ ବ୍ୟବସାୟୀ ହେଉଛନ୍ତି ପ୍ରଭାତ ରଞ୍ଜନ ମହାପାତ୍ର । ବାଲେଶ୍ୱର ଓ ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଆଣି ସେ ବ୍ୟବସାୟ କରୁଥିଲେ । ଜିଲ୍ଲାରେ ଅନେକ ସମୟରେ ବ୍ରାଉନ୍ ସୁଗାର ଜବତ ହେଉଥିଲେ ମଧ୍ୟ ପ୍ରଥମ ଥର ପାଇଁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ଅଭିଯୁକ୍ତ ବ୍ୟବସାୟୀକୁ ଧରିବାରେ ସଫଳ ହୋଇଛି ପୋଲିସ । ଏହାର କିଙ୍ଗପିନକୁ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ।

LEAVE A REPLY

Please enter your comment!
Please enter your name here