କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ଧାର୍ଯ୍ୟ ହୋଇଛି । ଆଜି ଅତିରିକ୍ତ ବଜେଟ ଉପରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏଥିରେ ପ୍ରାୟ ୧୧ ହଜାର ୨ଶହ କୋଟିର ବ୍ୟବୟବରାଦ ହୋଇଥିବା ସୂଚନା ମିଳିଛି । ସେପଟେ ମୌସୁମୀ ଅଧିବେଶନ ଭଳି ଏଥର ବି ପ୍ରଶ୍ନକାଳ ରହିବ ନାହିଁ । ଗୃହ ପ୍ରତିଦିନ ୧୦ଟା ୩୦ରୁ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ଅର୍ଥାତ୍ ପ୍ରାୟ ସାଢେ ୪ ଘଣ୍ଟା ଚାଲିବ । ରବିବାର ବି ଗୃହ କାର୍ଯ୍ୟ ଚାଲିବ । ୪୦ ଦିନର ଏ ଲମ୍ବା ଅଧିବେଶନରେ ବିଧାନସଭାରେ ଶାସକ ଦଳକୁ ଘେରିବାକୁ ଉଭୟ ବିଜେପି ଏବଂ କଂଗ୍ରେସ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ । ଧାନ କିଣାରେ ଅବ୍ୟବସ୍ଥା, ବଗଲା ଧର୍ମଶାଳା ଜମି ଦୁର୍ନିତୀ, ସୀମା ବିବାଦ, ବଦ୍ୟୁତ୍ ଦର ବୃଦ୍ଧି ପ୍ରମୁଖ ପ୍ରସଙ୍ଗକୁ ଅସ୍ତ୍ର କରିବ ବିଜେପି । ସେହିପରି କଂଗ୍ରେସ ନେତା ନରସିଂହ ମିଶ୍ର ଘରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସେପଟେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିଛି ଶାସକ ଦଳ । ବିରୋଧୀଙ୍କୁ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଏତର ଗୃହ ଭିତରେ ଏବଂ ବାହାରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।

LEAVE A REPLY

Please enter your comment!
Please enter your name here