ଦିତ୍ୱୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି । କାଁ ଭାଁ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଜଗତସିଂହପୁର ସଦର ବ୍ଲକର ୧ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ପଟସରା ଗ୍ରାମପଞ୍ଚାୟତର ୧ ନମ୍ବର ଏବଂ ୨ ନମ୍ବର ବୁଥ୍‌ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଦୁର୍ବୁତ୍ତମାନେ ବୁଥରେ ପଶି ସମସ୍ତ ଆସବାବପତ୍ର ଭାଙ୍ଗିବା ସହ ଭୋଟ ବାକ୍ସ କୁ ମଧ୍ୟ ଭାଙ୍ଗିଥିବାର ଦେଖିବାକୁ ମିଳିଛି । ତେବେ ଖବର ପାଇ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟୱାରୀ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଏସପି ଅଖିଳେଶ୍ୱର ସିଂ, ବିଡ଼ିଓ ସାଗର ନନ୍ଦ, ତହସିଲଦାର ଅଞ୍ଜଳି ତରାଇ ପ୍ରମୂଖ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ୨ଗୋଟି ବୁଥ ରେ ମତଦାନ ପ୍ରକ୍ରିୟା କୁ ବନ୍ଦ ରଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସେହିଭଳି ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ରାଇବରେଇ(ପଲ୍ଲୀ) ଠାରେ କିଛି ଦୁର୍ବୁତ୍ତ ପୋଲିସ ଗାଡିକୁ ଅଟକାଇ ଭଙ୍ଗାରୁଜା କରିବା ସହ ଗାଳିଗୁଲଜ କରିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here