ଚଳିତ ମାସ ପହିଲାରୁ ବଢିବାରେ ଲାଗିଛି ସୁନା ଦର ।୨୪ କ୍ୟାରେଟ୍ ସୁନା ଦର ୪୦,୫୬୦ ଟଙ୍କା । ଭୁବନେଶ୍ୱରରେ ୧୦ ଗ୍ରାମ ସୁନା ଦର ୩୭,୧୮୦ ଟଙ୍କା । ସୋମବାର ଏହାର ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୩୯,୧୯୬ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦର ମଧ୍ୟ ବୃଦ୍ଧି ପାଇଛି। ଆଜି ପ୍ରଥମ କେଇ ଘଣ୍ଟା ମଧ୍ୟରେ ରୁପା ଦର କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କା ଛୁଇଁଥିଲା। ତେବେ କିଛି ସମୟ ମଧ୍ୟରେ ଏହା ୪୫,୦୫୮ ଟଙ୍କାକୁ ଖସି ଆସିଛି। ୨୦୧୬ ମସିହା ପରେ ଆଜି ରୁପା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

LEAVE A REPLY

Please enter your comment!
Please enter your name here