ଚୋରି କାଜୁ କିଣିଥିବା କିଛି ଅପରାଧୀଙ୍କୁ ଛାଡି ଦେଇଛି ପୋଲିସ. ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ. ସୂଚନା ଅନୁସାରେ, ଗତକାଲି କୋରାପୁଟ ସହରର ଜ୍ୟୋତି ମିଲ୍ ପଛପଟେ 5 ଜଣ ଯୁବକ ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିଲେ. ପରେ ଟାଉନ ଥାନା ପୋଲିସ ଏ ସଂକ୍ରାନ୍ତରେ ଖବର ପାଇଁ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା. ପଚରାଉଚୁରା ପରେ ଜଣାପଡିଥିଲା ଯେ, ଗତ ବର୍ଷ ଫେବୃୟାରୀ 17 ତାରିଖରେ ଏହି ଦୁର୍ବୃତ୍ତମାନେ 10 କିଲୋ ଓଜନର 119ଟି କାଜୁ ଡବା ସହ କାଜୁ ବସ୍ତା ଲୁଟ କରିଥିଲେ. ପରେ ଏହି କାଜୁକୁ ସହରର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବିକ୍ରି କରୁଥିଲେ. ପରେ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ଘର ଓ ହୋଟେଲରୁ କାଜୁ ଡବା ଜବତ ହୋଇଥିଲା. ଏହି ମାମଲାରେ ପୋଲିସ 4 ଜଣଙ୍କୁ ଅଟକ ମଧ୍ୟ ରଖିଥିଲା.  ମାତ୍ର ପରବର୍ତ୍ତୀ ସମୟରେ 5 ଜଣଙ୍କୁ ଗିରଫ କରିବା ସହ ଚୋରି ଜିନିଷ କିଣିଥିବା 4 ବ୍ୟକ୍ତିଙ୍କୁ ଏହି ମାମଲାରେ ସାକ୍ଷୀ କରି ଛାଡିଦେଇଥିଲା. ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି. ଏ ନେଇ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଡି.ଜେ ରେଡ୍ଡି. ଏପରିକି ଛଡା ଯାଇଥିବା ଅପରାଧିଙ୍କ ନାଁ ଘୋଷଣା କରିବା ପାଇଁ ମଧ୍ୟ କୁଣ୍ଠାବୋଧ ପ୍ରକାଶ କରିଛି ପୋଲିସ. 4 ଜଣ ସାକ୍ଷୀଙ୍କ ଠାରୁ 700 କେଜି କାଜୁ କରିବା ସହ ଅଭିଯୁକ୍ତଙ୍କ ଠାରୁ 5ଟି ମୋବାଇଲ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ପୋଲିସ.

LEAVE A REPLY

Please enter your comment!
Please enter your name here