ଜଣେ ବିଧାୟକ ପିସିସି ସଭାପତି ହୁଅନ୍ତୁ । ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ କାଢି ନୂଆ ସଭାପତି ନିଯୁକ୍ତି କରିବାକୁ ଦାବି କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଏହା ହେଲେ ଦଳ ଓ ସଙ୍ଗଠନ ସୁଦୃଢ ହେବ । କେନ୍ଦ୍ରୀୟ ପ୍ରଭାରୀଙ୍କୁ ସେ ଏହି ପ୍ରସ୍ତାବ ଦେବେ ବୋଲି କହିଛନ୍ତି ତାରା । ରାଜ୍ୟରେ ଦୁର୍ବଳ ନେତୃତ୍ବ ପାଇଁ କଂଗ୍ରେସର ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ ଅନେକ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଉଛନ୍ତି । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦ ଛାଡିବା ପାଇଁ କେବେଠୁ ହାଇକମାଣ୍ଡଙ୍କୁ ଲେଖି ସାରିଛନ୍ତି ଏବଂ ସଭାପତି ରହିବା ପାଇଁ ତାଙ୍କର ଆଗ୍ରହ ନାହିଁ ପୂର୍ବରୁ କହିସାରିଛନ୍ତି । ଏପରିକି ଦୁର୍ବଳ ନେତୃତ୍ବ ପାଇଁ ଅନେକ ପ୍ରଭାବଶାଳୀ ନେତା ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ କଂଗ୍ରେସ ସଂଗଠନ ସଜାଡିବା ପାଇଁ ନେତୃତ୍ବ ପରିବର୍ତ୍ତନ ନିହାତି ଆବଶ୍ୟକ ଏବଂ ଜଣେ ନୂଆ ଚେହେରାଙ୍କୁ ସଭାପତି କରିବାକୁ ସେ ଦାବି କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here