ରାଜଧାନୀରେ ଚାଞ୍ଚଲ୍ୟ । ବିଲେଇକୁ ଗୁଳିମାଡ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଓୟୁଏଟିରେ ବିଲେଇଟିକୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଛି । ତେବେ କିଏ ଓ କାହିଁକି ବିଲେଇକୁ ଗୁଳିମାଡ କଲା ତାହା ଜଣାପଡିନାହିଁ । ଖାରବେଳ ନଗର ଥାନା ଅଞ୍ଚଳରେ ଏହି ଘଟଣା ରାଜଧାନୀରେ ଆତଙ୍କ ଖେଳାଇଦେଇଛି । ୟୁନିଟ୍- ୪ ଅଞ୍ଚଳରେ ରହୁଥିବା ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିଲେଇକୁ ଗୁଳିମାଡ କରାଯାଇଛି । ଆଜି ଦିନ ପ୍ରାୟ ୧୧ଟା ୩୦ ବେଳେ ବିଲେଇଟି ବୁଲୁଥିଲା । ସୁଶାନ୍ତଙ୍କ ମା ଫୁଲ ତୋଳୁଥିଲେ । ହଠାତ ଏକ ଶଦ୍ଦ ହେଲା । ପରେ ବିଲେଇଟି ପଡିଶା ଘର ପାଚେରୀ ଦେଇ ତଳକୁ ଖସିପଡିଛି । ସଙ୍ଗେ ସଙ୍ଗେ ପରିବାର ଲୋକ ଗୁଳିବଦ୍ଧ ବିଲେଇକୁ ଓୟୁଏଟି ନେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବର୍ଷକ ମଧ୍ୟରେ ସମାନ ଢଙ୍ଗରେ ୭ଟି ବିଲେଇକୁ ହତ୍ୟା କରାଗଲାଣି । ଏନେଇ ସୁଶାନ୍ତ ପୋଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here