ଜଳଦ ତ୍ରିପାଠୀଙ୍କୁ ରାଜ୍ୟ ସରକାର ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସୁପାରିଶ ପରେ ତାମିଲନାଡୁର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଜଳଦ ତ୍ରିପାଠୀଙ୍କୁ ରାଜ୍ୟପାଳ ମୁଖ୍ୟ ସୂଚନା କମିଶନର ପଦରେ ନିଯୁକ୍ତ ଦୋଇଛନ୍ତି । ମୁଖ୍ୟ ସୂଚନା କମିଶନର ପଦରେ ଥିବା ସୁନୀଲ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦ ଖାଲି ପଡିଥିଲା । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନୋନୟନ କମିଟି ବୈଠକ ବସିଥିଲା । ବୈଠକରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଜଳଦ ତ୍ରିପାଠୀଙ୍କୁ ମୁଖ୍ୟ ସୂଚନା କମିଶନର ପଦ ପାଇଁ ମନୋନୀତ କରାଯାଇଥିଲା ।
1985 ବ୍ୟାଚର ଆଇପିଏସ ଜଳଦ ତ୍ରିପାଠୀ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି ।