ସମ୍ବଲପୁରରୁ ଧରାପଡିଲେ ୨ ଛାତ୍ରୀଙ୍କୁ ଧରି ପଳେଇଥିବା ରସିକିଆ ଟ୍ୟୁସନ ସାର । ଭୁବନେଶ୍ୱରରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ପଳାଇଥିବା ସାରଙ୍କୁ ସମ୍ବଲପୁରରୁ ଗିରଫ କରିଛି ପୋଲିସ । ଅଇଁଠାପାଲି ଅଞ୍ଚଳରେ ଅଭିଯୁକ୍ତ ଜଣକ ଥିବା ଖବର ପାଇଥିଲା ପୋଲିସ । ଏହାପରେ ଚଢାଉ କରି ଟ୍ୟୁସନ ସାର ଓ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ପୋଲିସ ପହଁଞ୍ଚିବା ପରେ ଛାତ୍ରୀଙ୍କୁ ହସ୍ତାନ୍ତର କରାଯିବ । ଭୁବନେଶ୍ୱର ବଡଗଡ ଅଞ୍ଚଳର ଜଣେ ଟ୍ୟୁସନ ସାର୍ ଗୋପାଳ କୃଷ୍ଣ ବାଡତିଆ ନାବାଳିକା ଦୁଇ ଛାତ୍ରୀଙ୍କୁ ଧରି କେଉଁଆଡେ ଚାଲି ଯାଇଥିଲେ । ଘଣ୍ଟା ଘଣ୍ଟା ଧରି ଟ୍ୟୁସନ କରୁଥିବା ଯୋଗୁଁ ଏହାକୁ ନେଇ ଆପତ୍ତି ଉଠାଇଥିଲେ ଅଭିଭାବକ ।

LEAVE A REPLY

Please enter your comment!
Please enter your name here