ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ଭୂମିହୀନମାନେ ଆଜି ଜଳେଶ୍ୱର ତହସିଲ ଅଫିସ ଘେରାଉ କରିଛନ୍ତି. 4 ଡିସିମିଲ ଘରବାରି ଜାଗା ଦାବିରେ ଲୋକେ ଅଫିସ ଘେରାଉ କରିଥିବାର ସୂଚନା ମିଳିଛି. ଦୀର୍ଘଦିନ ଧରି ସେମାନେ ଜମି ପାଇଁ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ କଥା ଶୁଣୁ ନଥିବାରୁ ଦୀର୍ଘ ସମୟ ଧରି ସେମାନେ ତହସିଲଦାରଙ୍କ ସମେତ ସମସ୍ତ ଅଫିସ କର୍ମଚାରୀଙ୍କୁ ଘେରାଉ କରି ରଖିଥିଲେ. କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଜଳେଶ୍ୱରରେ ଭୂମିହୀନ ଆନ୍ଦୋଳନ ଏବେ ତୀବ୍ର ହେବାରେ ଲାଗିଛି. କୌଣସି ଜିଲ୍ଲା ଉଚ୍ଚ ଅଧିକାରୀ, ବିଡିଓ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଆସି ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଶ୍ରୀ ଦାସ ଚେତାବନି ଦେଇଛନ୍ତି .