ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ । ଗୁଜୁରାଟ କମିଶନରେଟ ପୋଲିସର ଏକ ସ୍ପେଶାଲ ସ୍କ୍ୱାର୍ଡ ଯୁବକ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଯୁବକ ଜଣକ କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳରେ ଏକ ଭଡା ଘରେ ରହି ମିସ୍ତ୍ରୀ କାମ କରୁଥିବାର ପୋଲିସ ଜାଣଇବାକୁ ପାଇଛି । ସୁଚନାଅନୁସାରେ, ସାଂସଦ ଅନୁଭବ ମହାନ୍ତିଙ୍କୁ ହ୍ୱାର୍ଟସପରେ ମେସେଜ୍ କରି ହତ୍ୟା ଧମକ ଦେବା ସହ ତାଙ୍କୁ ୧୦ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ଏ ନେଇ ଗତ ଏପ୍ରିଲ ୩୦ତାରିଖରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଆଜି ଗୁଜୁରାଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଅଭିଯୁକ୍ତଙ୍କୁ ଗିରଫ କରିଛି । ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି ।

LEAVE A REPLY

Please enter your comment!
Please enter your name here