ସକାଳ ହେଲେ ଚିନ୍ତା ବଢିଯାଏ ଟୋପାଏ ପାଣି ପାଇଁ । ଗରା,ବାଲ୍ଟି ଧରି ଲାଗିଯାଏ ମହିଳାଙ୍କ ଭିଡ । ପାହାଡ ଉପରେ ଗରା, ବାଲ୍ଟି ଧରି ଚାଲିଥାନ୍ତି ଆଦିବାସୀ ମହିଳା ଓ ଯୁବତୀ ।  ଗରାଏ ପାଣି ପାଇଁ ଗ୍ରାମବାସୀଙ୍କୁ ଜଙ୍ଗଲ ରାସ୍ତାଦେଇ ପ୍ରାୟ ୩ କିଲୋମିଟର ଚାଲି ଚାଲି ଯିବାକୁ ପଡିଥାଏ । ଆଉ ପାଦ ଚଲା ରାସ୍ତା ଅତିକ୍ରମ କରିବା ପରେ ପାହାଡରୁ ଝରୁଥିବା ପାଣିକୁ ଆଣି ତୁଷ୍ଣା ମେଣ୍ଟାଇଥାନ୍ତି ଏମାନେ । ଏ ଦୃଶ୍ୟ ମାଲକାନଗିରି ନାକାମାମୁଡି ପଞ୍ଚାୟତ କେନ୍ଦୁଗୁଡା ଗାଁର । ପାଣି ଟୋପାଏ ପାଇଁ ନୀତିଦିନ ଏମିତି ସଂଘର୍ଷ କରନ୍ତି ଗାଁ ଲୋକେ । ଗାଁରେ ୨୦ ପରିବାର ବସବାସ କରୁଥିବାବେଳେ ଅଛି ମାତ୍ର ଗୋଟାଏ ନଳକୂପ । ସେଇଟା ପୂଣି ୬ ବର୍ଷ ହେବ ଖରାପ ହୋଇ ପଡିଛି । କେବଳ ପାନୀୟ ଜଳ ମୁଖ୍ୟ ସମସ୍ୟା ନୁହେଁ, ଗାଁକୁ ଭଲ ରାସ୍ତା, ବିଦ୍ୟାଳୟ କି ଅଙ୍ଗନୱାଡି କେନ୍ଦ୍ରଟିଏ ମଧ୍ୟ ନାହିଁ । ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗୋଟିଏ ଭୋଟ ସରି ପୁଣି ଆଉ ଗୋଟିଏ ଭୋଟ ଆସୁଛି । ମାତ୍ର ବର୍ଷ ବର୍ଷ ଧରି ନେତାଙ୍କ ଆଶା ଆଶ୍ୱାସନାରେ ବଞ୍ଚି ରହିଥିବା କେନ୍ଦୁଗୁଡା ଲୋକଙ୍କ ଭାଗ୍ୟ ବଦଳୁନି । ପାଣି ପାଇଁ ସେମାନଙ୍କୁ ସବୁଦିନ ଯେମିତି ସଂଘର୍ଷ କରିବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here