ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ବୁଧବାର ରାଚଧାନୀ ଛାତି ଉପରେ ଯେଉଁ ଭାବେର ବିସ୍ଫୋରଣ ହୋଇଥିଲା । ସେଇ ଶଦ୍ଦରେ ଥରି ଉଠିଥିଲା ରାଜଧାନୀ । ଛାନିଆ ହୋଇଯାଇଥିଲେ ଲୋକେ । ରାଜଭବନ ଇଲାକାରରେ ଖେଳିଯାଇଥିଲା କୋକୁଆ ଭୟ । ତେବେ ବିସ୍ଫୋରଣ କେମିତି ହେଲା ? କେଉଁଠି ତ୍ରୁଟି ରହିଥିଲା? ଏହାର ତଦନ୍ତ ଚାଲିଥିବାବେଳେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ଏଲପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ପ୍ରାଥମିକ ତଦନ୍ତ ପରେ ପେସୋର ଉପମୁଖ୍ୟ କଣ୍ଟ୍ରୋଲର ଏହି ସୂଚନା ଦେଇଛନ୍ତି । ଟାଙ୍କିରେ ନାଇଟ୍ରୋଜେନ୍ ଦେଇ ଏଲପିଜି ଭର୍ତ୍ତିବେଳେ ଲିକେଜ ହୋଇଥିଲା । ଲିକେଜ୍ ହେବା ପରେ ନିଆଁ ଲାଗିଯାଇଥିଲା । ପରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣବେଳେ ଟାଙ୍କିରେ ସାଢେ ୪ ଟନ୍ ଏଲପିଜି ରହିଥିଲା । ପ୍ରାଥମିକ ତଦନ୍ତ ସରିଛି , ବିସ୍ତୃତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବୁ ବୋଲି କଣ୍ଟ୍ରୋଲର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here