ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ୧୭ବର୍ଷରୁ କମ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଉଦଘାଟିତ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା ମୋରଡାବ୍ଲକ ଚିତ୍ରଡା ସ୍ଥିତ ଜବାହର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏହି ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଛି ।ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ାବିଭାଗ ପକ୍ଷରୁ ଆୟୋଜିତ ହୋଇଛି ଏହି ପ୍ରତିଯୋଗିତା | ୧୭ ବର୍ଷରୁ କମ ବର୍ଗର ବାଳକ ଓ ବାଳିକାମାନଙ୍କ ମଧ୍ୟରେ ଆୟୋଜିତ ହୋଇଛି ଏହି ପ୍ରତିଯୋଗିତା | ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଜିଲ୍ଲାଶାରୀରିକ ଶିକ୍ଷା ନିରୀକ୍ଷକ ଭାଗୀରଥି ମଲ୍ଲୀକ ପୌରହିତ୍ୟ କରିଥିଲା ବେଳେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ସାଂସଦ ଇଂ ବିଶ୍ୱେଶ୍ୱର ଟୁଡୁ ଯୋଗଦେଇ ଥିଲେ । ଜିଲ୍ଲାର ୨୬ ଟି ବ୍ଲକରୁ ମୋଟ ୨୩୧ ଜଣ କ୍ରୀଡ଼ାପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଜଣାପଡିଛି । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ଶ୍ରେଷ୍ଠ କୃତି ପ୍ରତିଯୋଗୀମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହେବେ | ତେବେ ଲାଗିରହିଥିବା ଲଗାଣ ଲଘୁଚାପ ଜନିତ ବର୍ଷା କିଛିକାଂଶରେ ବାଧକ ସାଜୁଥିବା ବେଳେ ପ୍ରତିଯୋଗୀ ଏବଂ କ୍ରୀଡ଼ାପ୍ରେମୀଙ୍କ ପାଇଁ ପ୍ରତିବନ୍ଧକ ହୋଇ ପାରିନଥିବା ଦେଖିବାକୁ ମିଳିଛି ।
ମୟୁରଭଞ୍ଜ ଘାସିରାମ ବେହେରା

LEAVE A REPLY

Please enter your comment!
Please enter your name here