ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ପାଇଁ ଆଜି ବହୁତ ବଡ ଦିନ । କାରଣ ଆଜି ତୃତୀୟ ଥର ପାଇଁ ଦିଲ୍ଲୀ ସିଂହାସନରେ ବସିବେ ଅରବିନ୍ଦ କେଜ୍ରିୱାଲ । ଏହା ସହିତ ଆଉ ଏକ ଖୁସି ଖବର ହେଲା ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଧମପତ୍ନୀ ସୁନିତା କେଜ୍ରିୱାଲଙ୍କ ଆଜି ହେଉଛି ଜନ୍ମଦିନ । ମୂଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ଅବସରରେ ତାଙ୍କୁ ଏକ ବଡ ଗିଫ୍ଟ ଦେଇଛନ୍ତି । ୫୪ ବର୍ଷୀୟ ସୁନିତା କେଜରୀୱାଲଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ବହୁ ଶୁଭେଚ୍ଛା ମିଳିବାରେ ଲାଗଛି । ପତ୍ନୀ ସୁନିତା ଆଇଆରଏସ ଅଫିସର ଥିଲେ । ସେ ଚଳିତ ନିର୍ବାଚନ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଡୋର ଟୁ ଡୋର ପ୍ରଚାର ମଧ୍ୟ କରିଥିଲେ । ଏହି ସମୟରେ ଜଣେ ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ କହିଥିଲେ । ଏହାର ଜବାବରେ ସୁନିତା କହିଥିଲେ ଦିଲ୍ଲୀର ଜନତା ଏହାର ଉତ୍ତର ଦେବେ । ତେବେ ଆଜି ସେହି ଉତ୍ତର ମିଳିଯାଇଛି । ଜିତିବା ପରେ ଅରବିନ୍ଦ କେଜ୍ରିୱାଲ ମଞ୍ଚ ଉପରକୁ ଆସି ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ନିଜ ପତ୍ନୀ ସୁନିତାଙ୍କ ଜନ୍ମଦିନ ବୋଲି କହଥିଲେ । ପତ୍ନୀ ସୁନିତା ମଞ୍ଚ ଉପରେ କେକ୍ ମଧ୍ୟ କାଟିଥିଲେ । ଆପଣଙ୍କୁ କହିଦେବାକୁ ଚାହିଁବୁ ଅରବିନ୍ଦ କେଜରୀୱାଲ ଓ ପତ୍ନୀ ସୁନିତା କ୍ଲାସମେଟ ଥିଲେ ଏବଂ ସେମାନଙ୍କର ପ୍ରେମ ବିବାହ ହୋଇଥିଲା ।

LEAVE A REPLY

Please enter your comment!
Please enter your name here