ଜେଲରେ ସେକ୍ସ ! କାନକୁ ଅଡୁଆ ଲାଗୁଥିଲେ ବି ସତ । ଏ ଘଟଣା ଉତ୍ତରପ୍ରଦେଶ କି ବିହାର ଜେଲର କଥା ନୁହେଁ । ଆମ ଓଡିଶାରେ ଘଟିଛି ଏମିତି ଘଟଣା । ଜାମିନରେ ଆସିବା ପରେ ଟିଟିଲାଗଡ ଥାନାରେ ଏତଲା ଦାୟାର କରିଛନ୍ତି ମହିଳା । କୌଣସି ଏକ ଅପରାଧରେ ଅଭିଯୁକ୍ତ ମହିଳା ଜଣକ ଜେଲ୍ ଯାଇଥିଲେ । ଟିଟିଲାଗଡ ଉପକାରାଗାରରେ ତାଙ୍କୁ ରଖାଯାଇଥିଲା । ମାତ୍ର ଉପକାରାଗାରରେ ବନ୍ଦୀ ଜୀବନ କାଟୁଥିବା ଜଣେ କଏଦୀ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖିଥିଲେ । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବନ୍ଦୀ କଏଦୀଙ୍କ ସହ ସେକ୍ସ କରିବା ପାଇଁ ସହଯୋଗ କରିଥିଲେ କିଛି ଉପକାରାଗାର କର୍ମଚାରୀ । ଏବେ ଜେଲରୁ ଜାମିନରେ ମୁକୁଳିବା ପରେ ମହିଳା ଜଣକ ଟିଟିଲାଗଡ ଥାନାରେ ଏତଲା ରୁଜୁ କରିଛନ୍ତି । ଏତଲା ପରେ ପୋଲିସ ସଂପୃକ୍ତ ମହିଳାଙ୍କ ଡାକ୍ତରୀମାଇନା କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରଶ୍ନ ଉଠୁଛି, ଜେଲ୍ ଭିତରେ ମହିଳା ଓାର୍ଡରେ ଥିବା ସଂପୃକ୍ତ ମହିଳା, ପୁରୁଷ ବନ୍ଦୀ ରହୁଥିବା ଓାର୍ଡକୁ କେମିତି ଗଲେ ? ଉପକାରଗାରର କେଉଁ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ? ମହିଳାଙ୍କ ଅଭିଯୋଗ ପରେ ଜେଲ୍ ଭିତରେ କଣ ସବୁ ଚାଲିଛି, ତାହା ଜଣାପଡୁଛି ।

LEAVE A REPLY

Please enter your comment!
Please enter your name here