ଶେଷରେ ଜେଲ୍ ଗଲେ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ I ରିମାଣ୍ଡ ସରିବା ପରେ 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ I ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ I ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ କହିଥିଲେ I ତେବେ ଲାଞ୍ଚ ନେଉଥିବା ଜଣେ ଆଇଏଏସ ଗିରଫ ହେବା ପ୍ରଥମ ଘଟଣା I ବିଜୟ କେତନଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି I

LEAVE A REPLY

Please enter your comment!
Please enter your name here