କଟକ ମହାନଦୀ ଜୋବ୍ରା ଆନିକଟରୁ ମିଳିଛି ନିଖୋଜ ଛାତ୍ରଙ୍କର ମୃତଦେହ । ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କର ମୃତଦେହ ଆନିକଟରୁ ଉଦ୍ଧାର ହୋଇଛି । ତୁଷାରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଓ ଓଡ୍ରାଫ ଟିମ୍ । ୩ ତାରିଖ ରାତିରେ ତୁଷାରଙ୍କ ବାଇକ ମହାନଦୀ ପାଖରୁ ଠାବ ହୋଇଥିଲା । ତୁଷାରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ପ୍ରେମ ବ୍ୟାପାରକୁ ନେଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ତୁଷାରଙ୍କ ମୃତ୍ୟୁ କିଭଳି ହେଲା ତାହା ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here