ପିପିଲିରେ କଂଗ୍ରେସର ଅବସ୍ଥା ଶୋଚନୀୟ । ଉପନିର୍ବାଚନରେ ଅମାନତ ହରାଇବେ କଂଗ୍ରେସ ପ୍ରାର୍ଥୀ । ଏଭଳି ସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗାଦିରୁ ହଟାଇବା ପାଇଁ ଆନ୍ଦୋଳନ ଦାନା ଧରିଛି । ନିରଞ୍ଜନ ହଟାଓ ପୋଷ୍ଟର ଧରି କଂଗ୍ରେସ ଭବନ ପରିସରରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମୀ । କେବଳ ନିରଞ୍ଜନ ନୁହେଁ, ଓଡିଶା ଦାୟିତ୍ବରେ ଥିବା ପ୍ରଭାରୀ ଚେଲ୍ଲା କୁମାରଙ୍କୁ ମଧ୍ୟ ହଟାଇବାକୁ ଦାବି କରିଛନ୍ତି କର୍ମୀ । ଜଣେ ଅପାରଗ ନେତାଙ୍କୁ ବେଶୀ ଦିନ ଗାଦିରେ ବସାଇଲେ ଦଳର ବିନାଶ ହେବା ହିଁ ସାର ହେବ ବୋଲି କହିଛନ୍ତି ବିକ୍ଷୋଭରତ କର୍ମୀ । କିଛିଦିନ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ଖୁଲମଖୁଲା ପିସିସି ସଭାପତି ନିରଞ୍ଜନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ପରେ ଚେଲ୍ଲା କୁମାର ଆସି ଅସନ୍ତୋଷ ଉପରେ ତାଳି ପକାଇଥିଲେ । ସେହିପରି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଦିନକୁ ଦିନ କଂଗ୍ରେସର ଦୟନୀୟ ଅବସ୍ଥା ନେଇ ଦଳ ଭିତରେ ଅସନ୍ତୋଷର ନିଆଁ ଏବେ ଜଳିବା ଆରମ୍ଭ ହେଲାଣି ।

LEAVE A REPLY

Please enter your comment!
Please enter your name here