କୋଣାର୍କ ଉତ୍ସବର ଚତୁର୍ଥ ସଂନ୍ଧ୍ୟାରେ କୁଚୁପୁଡି ଏବଂ ଓଡିଶୀ ନୃତ୍ୟ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଛି । ମୁକ୍ତାକାଶ ରଙ୍ଗମଞ୍ଚରେ କୁଚୁପୁଡି ଶାସ୍ତ୍ରୀୟ ନୃତ୍ୟ ଗୁରୁ ଦମ୍ପତ୍ତି ନୃତ୍ୟ ପରିବେଶଣ କରିଥିଲେ । ରାଜା ରାଧା ରେଡ୍ଡୀ ସାଥୀ କଳାକାରଙ୍କ ଦ୍ୱାରା ପରିବେଶଣ ହୋଇଥିବା ମା ଭାରତୀଙ୍କ ଅବସ୍ଥିତି, ସତ୍ୟ, ଶାନ୍ତି ଅହିଂସାର ବାର୍ତ୍ତାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ସଂନ୍ଧ୍ୟାର ଅନ୍ୟ ଏକ ର୍ଆକର୍ଷଣ ଥିଲା ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀ କଳାକାରଙ୍କ ଦ୍ୱାରା ପରିବେଶିତ ହୋଇଥିବା ନୃତ୍ୟ । ଓଡିଶୀ ଶୈଳୀରେ ପ୍ରହଲ୍ଲାଦ ନାଟକ ଶାସ୍ତ୍ରୀୟ ରୂପାନ୍ତର ପୁରାଣ ଆଧାରିତ ଶ୍ରୀ ବିଷ୍ଣୁଙ୍କ ନୃସିଂହ ଅବତାର ଶାସ୍ତ୍ରୀୟ ଲୀଳାକୁ ନୃତ୍ୟ ମାଧ୍ୟମରେ ପରିବେଶଣ କରାଯାଇଥିଲା । ଚତୁର୍ଥ ସନ୍ଧ୍ୟାରେ କୋଣାର୍କ ଉତ୍ସବର ମୁଖ୍ୟ ଅତିଥି ଥିଲେ ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି କଳପେଶ ସତେନ୍ଦ୍ର ଜାଭେରି ।

LEAVE A REPLY

Please enter your comment!
Please enter your name here