ଭୁବନେଶ୍ୱର ନିକଟ ବାଲିପାଟଣାର ବିଶ୍ୱନାଥପୁରରେ ଟୁମ୍ପୁଲୁ ଟୁମ୍ପା 2018 ଆୟୋଜିତ ହୋଇଯାଇଛି. ଏଥିରେ ବାଲିପାଟଣା, ବାଲିଅନ୍ତା ଓ ନିମାପଡା ବ୍ଲକର ପାଖାପାଖି 300 ପିଲା ସାମିଲ୍ ହୋଇଥିଲେ. ପରେ ପିଲାମାନଙ୍କ ପାଇଁ ଷ୍ଚୋରୀ ଟେଲିଂ ସେସନ ଆରମ୍ଭ ହୋଇଥିଲା. ଯେଉଁଥିରେ ବକୁଳ ଫାଉଣ୍ଡେସନର ସଭ୍ୟ ସୌଭାଗ୍ୟ ଓ ଷ୍ଟୋରୀ ଟେଲର ସଂପଦ ମହାପାତ୍ର ପିଲାମାନଙ୍କୁ ବିଭିନ୍ନ ଶିକ୍ଷଣୀୟ କାହାଣୀ କହିଥିଲେ. ଏହାଛଡା ପ୍ରଥମଥର ପାଇଁ ‘know your reptiles’ ର ଆୟୋଜନ ମଧ୍ୟ କରାଯାଇଥିଲା. ଯେଉଁଥିରେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ସାପଙ୍କ ଫଟୋ ଦେଖାଇବା ସହ ସେମାନଙ୍କ  ବିଷୟରେ ଅବଗତ କରାଯାଇଥିଲା. ଶେଷରେ ରେପଟାଇଲ ଓ ଆନିମଲ୍ ରେସ୍କ୍ୟୁୟର ଶୁଭେନ୍ଦୁ ସ୍ୱାଇଁଙ୍କ ସହ କମ୍ୟୁନିଟି ହେଲ୍ପରଭାବେ ବିଶ୍ୱନାଥପୁର ପୋଷ୍ଟ ଅଫିସର କର୍ମକର୍ତ୍ତା ଗୋବିନ୍ଦ ଚନ୍ଦ୍ର ମହାରଣା ଓ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀଙ୍କୁ ଟୁମ୍ପୁଲୁ ଟୁମ୍ପା 2018 ସମ୍ମାନରେ ସମ୍ମାନିତ କରାଯାଇଥିଲା. ଏହା ସହ ଚଣାହାଟ୍ଟ ହାଇସ୍କୁଲର ଦଶମ ଶ୍ରେଣୀରେ ସବୁଠୁ ଅଧିକ ନମ୍ବର ରଖିଥିବା ଅଭିଶେଖ୍ ପାତ୍ରଙ୍କୁ କାହ୍ନୁଚରଣ ପରିଡା ସ୍ମୃତି ସମ୍ମାନରେ 5 ହଜାର ଟଙ୍କାର ଚେକ୍ ସହ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା. ପରେ 15 ଜଣଙ୍କୁ କୁନି ଚିତ୍ରକର ପୁରସ୍କାର ଦିଆଯାଇଥିଲା.

LEAVE A REPLY

Please enter your comment!
Please enter your name here