ଟ୍ରଲର ଧକ୍କାରେ ଓଲୋଟିଲା ଟାଟାଏସି । ଏହା ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ମେଗାନର୍ସରୀ ଡିଭାଇଡର ନିକଟରେ । କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଟ୍ରଲର, ରଙ୍ଗରୁଟରେ ଆସୁଥିବା ଏକ ଟାଟାଏସି ସହିତ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଛି । ଟାଟାଏସି ଡ୍ରାଇଭର ଓ ପାୱାର ଟ୍ରେଲର ମାଲିକ ସାମାନ୍ୟ ଆହତ ହୋଇଥିବା ବେଳେ ଆହତଙ୍କ ପରିଚୟ ମିଳିପାରିନି । ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥ ଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିସôାଳୟକୁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here