ମଙ୍କିପକ୍ସକୁ ନେଇ ବଢିଲାଣି ଚିନ୍ତା । ସାରା ବିଶ୍ୱରେ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଲେଣି । ଏଯାଏଁ ୧୨ଟି ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ବେଳେ ଏହା ଆଗକୁ ଅନ୍ୟ ଦେଶକୁ ବଢ଼ିବାର ଆଶଙ୍କା ରହିଥିବା ‘ହୁ’କହିଛି । ତେବେ ବ୍ରିଟେନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବାରୁ ହାଇଆଲର୍ଟ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ମଙ୍କିପକ୍ସ ଭୁତାଣୁ ଦ୍ରୁତ ବେଗରେ ବ୍ୟାପୁଥିବା କହିଛନ୍ତି ବ୍ରିଟେନ୍ ମୁଖ୍ୟ ପରାମର୍ଶଦାତା । ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରାମର୍ଶ କରିବାକୁ କୁହାଯାଇଛି । ବ୍ରିଟେନ୍ ଗତ ୭ ତାରିଖରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ବ୍ରିଟେନରେ ଏବେ ୨୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବାରୁ ସରକାର ଟ୍ରାକିଂ ଉପରେ ଗୁରୁତ୍ୱ ଦେଇଛନ୍ତି । ଏବେ ୟୁରୋପିୟ ଦେଶରେ ଏହି ମଙ୍କି ପକ୍ସ ଚିହ୍ନଟ ହୋଇଛି । କେବଳ ସ୍ପେନରେ ୪୦ ଓ ପର୍ତୁଗାଲରେ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here