ଜୁନାଗଡ ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ ନେଇ କେନ୍ଦ୍ରକୁ ଲେଖାଯାଇଥିବା ଚିଠି ପ୍ରତିବାଦରେ ରାୟଗଡା ଯୁବ ବିକାଶ ପରିଷଦର ୧୨ ଘଣ୍ଟିଆ ଅନଶନ । ଏଇ ଟ୍ରେନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାୟଗଡା ପରିବର୍ତ୍ତେ ସମ୍ବଲପୁର ବଲାଙ୍ଗୀର ଦେଇ କଟକ ପର୍ଯ୍ୟନ୍ତ ଯିବାପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟକୁ ଗତ ୨୩ ତାରିଖରେ ଚିଠି ଲେଖିଥିଲେ । ଏହାର ପ୍ରତିବାଦରେ ରାୟଗଡା ଷ୍ଟେସନ ଆଗରେ ୧୨ ଘଣ୍ଟିଆ ଅନଶନ ଆରମ୍ଭ କରିଛି ବିକାଶ ପରିଷଦ । ଏପଟେ କୋରାପୁଟ ସାଂସଦ ସପ୍ତଗିରୀ ଉଲାକା ଏବଂ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଲେଖି ନିଷ୍ପତ୍ତି ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି

LEAVE A REPLY

Please enter your comment!
Please enter your name here