ଚଳିତବର୍ଷ ଆନ୍ତର୍ଜାତିକ ମହିଳା ଦିବସର ପ୍ରସଙ୍ଗ ରହିଛି ଲିଙ୍ଗଗତ ସମାନତା, ଆଜି ଓ ଆଗାମୀ କାଲି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗଦେଇ ଅତିଥିମାନେ ଲିଙ୍ଗଗତ ସମାନତା ହିଁ ମହିଳାଙ୍କୁ ସଶକ୍ତ କରିବାରେ ସହାୟକ ହେବ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶ୍ରୀମତୀ ଶାଶ୍ବତୀ ଦାସ ଓ ପ୍ରତିଷ୍ଠା ସଦସ୍ୟା କୁମାରୀ ଉପାସନା ନାୟକ ଯୋଗଦେଇ ନାରୀ ଓ ପୁରୁଷ ମଧୟରେ ସମାନତା ଆଣିବା ଏବଂ ମହିଳାଙ୍କୁ ସମ୍ମାନ ଦେବା ସଂପର୍କରେ ପିଲାମାନଙ୍କୁ ପରିବାରରୁ ହିଁ ଶିକ୍ଷା ଦିଆଯିବା ଉଚିତ ବୋଲି କହିଛନ୍ତି । ଏହି ଅବସରରେ ସୋଆରେ କାର୍ଯ୍ୟ କରୁଥିବା ମହିଳା ଅଧିକାରୀ ଏବଂ ପ୍ରମେୟ ଓ ନ୍ୟୁଜ 7ର ମହିଳା କର୍ମଚାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here