ପ୍ରତିମା ପାଢ଼ୀ । ବୟସ ୫୬ । ଘର ବାସୁଦେବପୁର, ଭଦ୍ରକ । ମୀରା ଅପା ନାଆଁରେ ସାରା ଓଡ଼ିଶା ତାଙ୍କୁ ଜାଣେ । ସାରା ଜୀବନ ଶିକ୍ଷକତା କରି ଆସିଛନ୍ତି । ନିଜ ହାତରେ ଗଢିଛନ୍ତି ଶହ ଶହ କୁନୁ କୁନି ପିଲାଙ୍କ ଭବିଷ୍ୟତ । ଓଡ଼ିଶାରେ ଶିକ୍ଷା ଉପରେ ଏତେଟା ପରୀକ୍ଷା ନୀରିକ୍ଷା ହେଇନଥିବା ସମୟରେ, ବିକଳ୍ପ ଶିକ୍ଷାକୁ ନେଇ ସେ କରିଛନ୍ତି ଅନେକ ଗବେଷଣା । ପଢ଼ା ବହି, ପରୀକ୍ଷା ଓ ଶ୍ରେଣୀ ଗୃହରୁ ବାହାରି ପିଲାମାନଙ୍କୁ ଅଲଗା ବାଗରେ ପାଠ ପଢେଇଛନ୍ତି । ନିଜ ହାତରେ ତିଆରି କରିଛନ୍ତି କାହିଁ କେତେ ପାଠ୍ୟ ଉପକରଣ । ପିଲାଏ ସହଜରେ ପାଠ ମନେରଖିବା ପାଇଁ ଲେଖିଛନ୍ତି ଗପ, ଗୀତ, ପହଳି ଓ ଧନ୍ଦା ।
ଏବେ ସେ ମାସାଧିକ କାଳ ହେବ କୋଭିଡରେ ସଂକ୍ରମିତ ହେଇ ଚିକିତ୍ସାଧୀନ ଅଛନ୍ତି । ନିମୋନିଆରେ ୭୦% ଫୁସ୍ ଫୁସ୍ ଖରାପ ହେଇ ସାରିଛି । ସେ ଏବେ ଅଚେତନ ଅବସ୍ଥାରେ ଭେଣ୍ଟିଲେଟର୍ ରେ ଅଛନ୍ତି । ଅକ୍ସିଜେନ ସ୍ତର ମଝିରେ ମଝିରେ ବହୁତ କମି ଯାଉଛି । ଏବେ ତାଙ୍କୁ ବଞ୍ଚେଇ ରଖିବାର ଏକମାତ୍ର ବିକଳ୍ପ ଏକମୋ ଚିକିତ୍ସା । ଚେନ୍ନାଇରେ ଥିବା ଏମ୍ ଜି ଏମ୍ ଡାକ୍ତରଖାନାକୁ ନେବା ପାଇଁ ଚେଷ୍ଟା କରାଯାଉଛି । ଏଥିପାଇଁ ତୁରନ୍ତ ଢେର୍ ଅର୍ଥର ଆବଶ୍ୟକତା ରହିଛି । ନିରାପଦରେ ସ୍ଥାନାନ୍ତରଣ କରିବା ପାଇଁ ଆବଶ୍ୟକ ରହିଛି ଏକମୋ ସୁବିଧା ଥିବା ଏୟାର୍ ଆମ୍ବୁଲାନ୍ସ । ଏତେ ପରିମାଣର ଆର୍ଥିକ ବୋଝ ତାଙ୍କ ପରିବାର ଉଠେଇବାକୁ ଅସମର୍ଥ । ତାଙ୍କ ପରିବାରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ ୪୦ ବର୍ଷ ହେଲା ଚାଲିଛି ଶ୍ରୀଅରବିନ୍ଦ ବିଦ୍ୟାଳୟ ଓ ଆଶ୍ରମ । ସେଇଠି ଲାଗିଯାଇଛି ସବୁ ଗହଣାଗାଣ୍ଠି, ଶ୍ରମ, ସମୟ, ଅର୍ଥ । ସେଇ ଆଶ୍ରମରେ ହିଁ କାମ କରୁଥିଲେ ପୁରା ପରିବାର । ତେଣୁ ନିଜର ତ କିଛି ଅର୍ଥ ନଥିଲା, ଯାହା ଅଳ୍ପ କିଛି ସଞ୍ଚିତ ଅର୍ଥ ଥିଲା ସମ୍ପର୍କୀୟ ମାନଙ୍କର ସେ ସବୁ ଖର୍ଚ୍ଚ ହେଇ ସାରିଛି ଏଇ ଚିକିତ୍ସା ଭିତରେ ।
ଏବେ ପରିବାର ପକ୍ଷରୁ ସହୃଦୟ ବ୍ୟକ୍ତିଙ୍କୁ ନିବେଦନ କରାଯାଇଛି, ଯିଏ କେହିବି ଯାହା କିଛିବି ସହଯୋଗର ହାତ ବଢାଇଲେ ଜଣେ ଶିକ୍ଷକଙ୍କ ଜୀବନ ରକ୍ଷା କରାଯାଇ ପାରିବ ।

Account Details: (of her Daughter)
Sumitra Parhi(Daughter)
Google Pay Detail: 6370281099
Bank details:
Name: Sumitra Parhi
Account No- 30373386892
IFSC Code-SBIN0002014
Bank- State Bank of India

Account Details: (of her Son)
Biswabhusan Parhi (Son)
Google pay and Phone pay no:7008751517
Bank Details:
Name – Biswabhusan Parhi
Account No- 6123101001736
IFSC Code-CNRB0006123
Bank-Canara Bank

LEAVE A REPLY

Please enter your comment!
Please enter your name here