ପ୍ରାକୃତିକ ଶୋଭାରାଜି ଭିତରେ ମନ୍ଦିର ସଦୃଶ ଛିଡା ହୋଇଛି ତିନୋଟି ପାହଡ, ଏହି ପାହଡ ଶୀଖରରେ ପୂଜା ପାଉଛନ୍ତି ମା ମାହେଶ୍ବରୀ ଦେବୀ, ବୌଦ୍ଧ ଜିଲ୍ଲାର ଅନନ୍ୟ ପର୍ୟ୍ୟଟନ ସ୍ଥଳୀ ଭାବେ ପରିଚିତ ଡଙ୍ଗର ପର୍ବତର ପ୍ରାୟ ଦୁଇଶହ ଫୁଟ ଉଚ୍ଚରେ ରହିଛି ମା ମାହେଶ୍ବରୀଙ୍କ ମନ୍ଦିର, ପାଖରେ ରହିଛି ପାର୍ଶ୍ବ ଦେବାଦେବୀଙ୍କ ସାତଟି ମନ୍ଦିର , ତା ସହିତ ଭୀମଫାଟ, ଭୀମପାଦ, ବାଘଗୁମ୍ଫା ଏବଂ ପଂଚୁ ପାଣ୍ଡବଙ୍କ ମନ୍ଦିର ମଧ୍ୟ ରହିଛି , ତେବେ ପାହଡ ଶିଖରରେ ଥିବା ଏହି ମନ୍ଦିରରେ ପହଞ୍ଚିବାକୁ ହେଲେ ବିପଦସଙ୍କୁଳ ରାସ୍ତାରେ ଯିବାକୁ ପଡିଥାଏ, ପ୍ରତିବର୍ଷ ମାର୍ଗଶୀର ମାସ ଶେଷ ଗୁରୁବାର ଦିନ ପାଳିତ ହୋଇଥାଏ ଚୂଡାଖାଇ ଯାତ୍ରା । ପ୍ରତିବର୍ଷ ଚୂଡାଖାଇ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି, ରୁଷିବନ୍ଧରୁ ମା ମାହେଶ୍ବରୀ ଓ ଖମ୍ବେଶ୍ବରୀଙ୍କ ବିରାଟ ପଟୁଆର ବାହାରି ଗ୍ରାମ ପରିକ୍ରମା କରିବା ପରେ ଡଙ୍ଗର ପର୍ବତରେ ପୂଜାର୍ଚ୍ଚନା କରାଯାଇଥାଏ, । କେବଳ ଚୂଡାଖାଇ ଯାତ୍ରା ନୁହେଁ, ଅନ୍ୟ ସମୟରେ ମଧ୍ୟ ଏହି ଡଙ୍ଗର ପର୍ବତର ମନୋରମ ଦୃଶ୍ୟ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିଥାଏ, ମାତ୍ର ବିପଦସଙ୍କୁଳ ରାସ୍ତାଘାଟ ସାଙ୍ଗକୁ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ଭଳି ମୌଳିକ ସମସ୍ୟା ଅନେକ ସମୟରେ ଯାତ୍ରୀଙ୍କୁ ନିରାଶ କରିଥାଏ ,
ବୌଦ୍ଧରୁ ରାଜେଶ କୁମାର ଠେଲା