ବିଚ୍ ରାସ୍ତାରେ ପୋଲିସର ଥାର୍ଡଡିଗ୍ରୀ । ହେଲମେଟ୍ ଚେକିଂବେଳେ ଯୁବକଙ୍କୁ ଲହୁ ଲୁହାଣ କଲା ପୋଲିସ । ପୋଲିସ ମାଡରେ ଆହତ ହୋଇ ମେଡିକାଲରେ ଭର୍ତ୍ତୀ ଯୁବକ । ରାୟଗଡା ତଳକିଶୋର ଗାଁର ୧୮ ବର୍ଷୀୟ ରାହୁଲ ହିମିରିକା ଓ ୧୭ ବର୍ଷୀୟ ନାବାଳକ କିିଷାନ କୋଲକା ବାଇକ ଯୋଗେ ମା ମଝିଘରିଆଣିଙ୍କ ଦର୍ଶନ ପାଇଁ ଯାଉଥିଲେ । ସେହି ସମୟରେ ରାୟଗଡା ସହର ଜଗନ୍ନାଥ ମନ୍ଦିର ନିକଟରେ ହେଲମେଟ୍ ଚେକିଂ କରୁଥିଲା ପୋଲିସ । ଆଉ ଏମାନେ ପୋଲିସ ହାବୁଡରେ ପଡିଯାଇଥିଲେ । ଗାଡିରୁ ଚାବି ଟାଣିନେବା ସହ ଲାଠିରେ ଯୁବକଙ୍କୁ ପୋଲିସ ନିସ୍ତୁକ ମାଡ ମାରିଥିଲା । ଫଳରେ ଯୁବକଙ୍କର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ଯୁବକ ଜଣକ ତଳେ ପଡିଯିବା ପରେ ପୋଲିସ ଯୁବକଙ୍କୁ ଛାଡି ସେଠାରୁ ଚାଲିଯାଇଥିଲା । ପ୍ରତିବାଦରେ ସ୍ଥାନୀୟ ଲୋକେ ଟାଉନଥାନା ଘେରାଉ କରିବା ସହ ମାଡ ମାରିଥିବା ପୋଲିସ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ରାୟଗଡାରୁ ସ୍ମୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here