୨୪ ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ । ଭୁବନେଶ୍ୱର ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନ ମଣ୍ଡଳିରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଭର୍ଚୁଆଲରେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଗାଁ ଗାଁରେ ବିଜେଡି ସରକାର ୨୦ ବର୍ଷର ସଫଳତା ବାର୍ତ୍ତା ପହଁଞ୍ଚାଇବା ନେଇ କାମ କରିବାର ମାର୍ଗ ଦେଖାଇବେ ନବୀନ । ବିଜେଡିର ଯୁବ ଛାତ୍ର ରାଜ୍ୟ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତ୍ତି ଓ ରୂପରେଖ ନେଇ ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଅବଗତ କରାଯିବ । କରୋନା କଟକଣା ଭିତରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନ ଦୌଡରେ ସାମିଲ ହୋଇଥିଲା ବିଜୁ ଜନତା ଦଳ ।

LEAVE A REPLY

Please enter your comment!
Please enter your name here