ନୟାଗଡ ଜିଲ୍ଲାର ଦଶପଲ୍ଲା ଅଞ୍ଚଳ ଟାକରା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ଏହି ଦୁର୍ଘଟଣାରେ 10 ଜଣ ଆହତ ହୋଇଥିବା ସୂଚନା ମିଳିଛି. ବଲାଙ୍ଗୀର ଲଇସିଙ୍ଗାରୁ ବସଟି 70 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା. ମାତ୍ର ଭାରସାମ୍ୟ ହରାଇ ଟାକରା ନିକଟରେ ଥିବା ଏକ ଦୋକାନକୁ ପିଟି ଦେଇଥିଲା. ଫଳରେ 10ଜଣ ଆହତ ହୋଇଥିଲେ. ପରେ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି.

LEAVE A REPLY

Please enter your comment!
Please enter your name here