ଶୀତରେ ଥରୁଛି ପୁରା ଓଡିଶା. ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସୋନପୁରରେ ସବୁଠାରୁ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଥିବା ବେଳେ, ଏହାର ପରେ ପରେ କେନ୍ଦୁଝର ୫.୬ ଡିଗ୍ରୀ, ଝାରସୁଗୁଡା ୬.୮ ଡିଗ୍ରୀ, ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଂବାଡ଼ିରେ ତାପମାତ୍ରା ୭ ଡିଗ୍ରୀ, ସମ୍ବଲପୁରରେ ୭.୪ ଡିଗ୍ରୀ, ବାଲେଶ୍ବରରେ ୭.୬ ଡିଗ୍ରୀ, କଟକ ରେ ୯.୬ ଡିଗ୍ରୀ, ହୀରାକୁଦ ରେ ୯.୮ ଡିଗ୍ରୀ ରହିଛି । ସେପଟେ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ଦୁଇ ଦିନଯାଏଁ ଶୀତର ଲହରୀ ଜାରି ରହିବ । ତେବେ ପୂର୍ବାହ୍ନ ସୁଦ୍ଧା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଥଣ୍ଡା ହେବା ସହ ଉତ୍ତର ଓଡ଼ିଶା, କନ୍ଧମାଳ, ପୁରୀ, ଖୋର୍ଧା, ସୋନପୁର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୮ ତାରିଖ ପୂର୍ବାହ୍ନରୁ ୨୯ ତାରିଖ ମଧ୍ୟରେ ପ୍ରବଳ ଥଣ୍ଡା ହେବ। ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ଖସିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱରରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳରେ ଘନ କୁହୁଡ଼ି ପଡ଼ିବ। ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଶୀତର ପ୍ରକୋପ ସବୁ ରେକଡ଼ ଭାଙ୍ଗିଛି ଜ୍ଝ ଶନିବାର ସକାଳେ ଦିଲ୍ଲୀର ତାପମାତ୍ରା ୧.୭ ଡିଗ୍ରୀ ସେଲିସିଅସକୁ ଖସି ଆସି ଏପର‌୍ୟ୍ୟନ୍ତ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରାଯାଇଛି ଜ୍ଝ ସକାଳ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧.୭ ଡିଗ୍ରୀ ସେଲିସିଅସ୍ ଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟତା ମଧ୍ୟ ୧୫୦ ମିଟରରୁ କମ୍ ଥିଲା ।

LEAVE A REPLY

Please enter your comment!
Please enter your name here