ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ । ରାଜ୍ୟରେ ବିଦ୍ୟୁତ କାଟ ସମସ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ତାତି ଏବଂ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି । ପିକ୍ ଆୱାରରେ ୧୦ ପ୍ରତିଶତ ବଢିଛି ଚାହିଦା । ଦିନବେଳା ବିଦ୍ୟୁତକାଟ ନକରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ବିଜୁଳି ବିତରଣ କମ୍ପାନୀ ଗୁଡିକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବାକୁ ମଧ୍ୟ ପରାମର୍ଶ ଦନିଆଯାଇଛି । ସବୁ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାକୁ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here