ରକ୍ତ ଜୁଡୁବୁଡୁ ଅବସ୍ତାରେ ବ୍ରିଜ୍ ତଳୁ ପ୍ରଧାନ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର । ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ ନାଗାବଳୀ ପୋଲ ନିକଟରୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଶିକ୍ଷକ କିଚାମ୍ବରୀ ଗାଁର ରାମଚନ୍ଦ୍ର ମହାନନ୍ଦିଆ । ସେ ବହୁ ବର୍ଷହେବ ମୁନିଗୁଡା ବ୍ଲକର ସମଦୋଲା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ  କାର୍ଯ୍ୟରତ ଥିଲେ । ତେବେ ସୋମବାର ସକାଳେ ନାଗାବଳୀ ପୋଲତଳୁ  ରକ୍ତ ଜୁଡୁବୁଡୁ ଅବସ୍ତାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ଶବ ନିକଟରୁ ତାଙ୍କ ମଟରସାଇକେଲ ମଧ୍ୟ ମିଳିଛି । ତେବେ ଏହା ଦୁର୍ଘଟଣା  ନାଁ କେହି ତାଙ୍କୁ ହତ୍ୟା କରି ଫିଙ୍ଗିଦେଇଛି ତାହା ଏବେ ସନେ୍ଦହଘେରରେ । ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଁଞ୍ଚି  ତନାଘନା ଆରମ୍ଭ କରିଛି । ଶିକ୍ଷକଙ୍କ ମୃ୍ତୁ୍ୟ ଖବର ପାଇ ସ୍ଥାନୀୟ ଅଞ୍ଚଳରେ  ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି  ।

LEAVE A REPLY

Please enter your comment!
Please enter your name here