ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାଉଛନ୍ତି । ଦିଲ୍ଲୀର ଆଇଏଲବିଏସ ହସ୍ପିଟାଲରେ ତାଙ୍କର ଅପରେସନ କରାଯିବ । ଲିଭର ସିରୋସିସ୍ ରୋଗରେ ଗୁରୁତ୍ତର ହୋଇପଡିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥବ୍ୟସ୍ଥା ସ୍ଥିର ରହିଛି । ଦିଲ୍ଲୀରେ ପହଁଞ୍ଚିବା ପରେ ଚିକିତ୍ସା ଆରମ୍ଭ ହେବ । ବ୍ୟୟ ବହୁଳ ଅପରେସନ ପାଇଁ ସମସ୍ତଙ୍କର ସହଯୋଗ ଲୋଡା ଯାଇଛି । ବହୁ ଶୁଭେଚ୍ଛୁ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି । ଓଲିଉଡ କଳାକାର , ପିଣ୍ଟୁଙ୍କ ଫ୍ୟାନ୍ , ସାଧାରଣ ଜନତା ତାଙ୍କୁ ସାହାର୍ଯ୍ୟ ପାଇଁ ଆଗେଇ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here