ଗତ ଚବିଶ ଘଣ୍ଟା ଭିତରେ ତୁର୍କିରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା 4300 ରୁ ଅଧିକ ହେଲାଣି । ଭୂକମ୍ପର ତାଣ୍ଡବରେ ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି । ତୁର୍କୀ ଓ ସିରିୟାର ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ତୁର୍କୀକୁ ସହାୟତାର ହାତ ବଢାଇଛନ୍ତି । ଭାରତରୁ ଦୁଇଟି ଟିମ୍ ତୁର୍କୀ ଯାଇଛନ୍ତି ।
ତୁର୍କୀରେ ଗତ 24 ଘଣ୍ଟା ଭିତରେ ହୋଇଥିବା ପ୍ରଚଣ୍ଡ ଭୂକମ୍ପରେ 5600 ରୁ ଅଧିକ ବଡ ବଡ କୋଠା, ଅଟ୍ଟାଳିକା ଭୁଷୁଡି ପଡିଛି । ଫଳରେ ଅନେକ ମୃତଦେହ ଭଗ୍ନାବଶେଷ ଭିତରେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା 20 ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ତୁର୍କୀର ବିଭିନ୍ନ ସହର ଭୂକମ୍ପ ଯୋଗୁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here