ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲ ଭିତରେ ଜେରା । ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଝାରପଡା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଦୁଇ ଘଣ୍ଟା ଧରି ଜେରା କରିଛି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରିଥିବା ଭିଜିଲାନ୍ସ ସେଲର ଜଣେ ଡିଏସପି ତାଙ୍କୁ ପଚରାଉଚରା କରିଛନ୍ତି । ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଜମା ନେଇ ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି । କିଏ ଓ କାହିଁକି ଏହି ଟଙ୍କା ଜମା କରିଥିଲେ । ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟକୁ କାହିଁକି ୫୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା ସେସବୁ ନେଇ ପଚରାଉଚରା କରାଯାଇଥିବା ଜଣାପଡିଛି । ଅଭୟକାନ୍ତ ଓ ଆକାଶ ପାଠକଙ୍କ ସହ କେତେ ଟଙ୍କା ନେଣଦେଣ ହୋଇଛି ସେ ନେଇ ମଧ୍ୟ ଖୋଳତାଡ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here