ଏବେ ଯଦି ସ୍ୱାସ୍ଥ୍ୟକର୍ମୀ ଟିକା ନ ନେବେ ପରେ, ସେମାନଙ୍କୁ ଆଉ ମାଗଣା ଟିକା ମିଳିବ ନାହିଁ । ଏହା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏବେ ଟିକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସେ ଆହ୍ୱାନ ଦେଇଛନ୍ତି । ନହେଲେ ପରେ ମାଗଣାରେ ଆଉ ଟିକା ଦିଆଯିବ ନାହିଁ । ହୁଏତ ସେମାନେ ନିଜେ ଟଙ୍କା ଖର୍ଚ୍ଚ କରି ଟିକା କିଣିବେ । ପ୍ରଥମ ପର୍ଯ୍ୟାୟ ଟିକାକରଣର ପରେ ଦ୍ୱିତୀୟ ଦିନ ମଧ୍ୟ ବେଶ୍ ସଫଳ ହୋଇଛି । ଗତକାଲି ୩୭୫ ସେସନରେ ୩୨ ହଜାର ୫୨୬ ଜଣଙ୍କୁ ଟିକା ଦିଆଯାଇଛି । ୩୧ ହଜାର ୯୦୨ ଜଣଙ୍କୁ ଟିକା ଦିଆଯିବାର ଥିଲା । କିନ୍ତୁ ତା ଠାରୁ ଅଧିକ ଲୋକଙ୍କୁ ଦିଆଯାଇଛି ଟିକା । ୧୦୨ ପ୍ରତିଶତ ଟାର୍ଗେଟ ହାସଲ କରାଯାଇସାରିଛି । ତେଣୁ ଆଜି କିଛି ସେସନ କମ କରାଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଆଜି ୧୯୨ଟି ସେସନ ହୋଇଛି । ଏଥିରେ ୧୬,୨୬୧ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଏପର୍ଯ୍ୟନ୍ତ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କର ପାଶ୍ୱର୍ ପ୍ରତିକ୍ରୀୟା ଦେଖାଦେଇନି । କେବଳ ୭ ଜଣ ଭଲ ଲାଗୁନି ବୋଲି କହିଛନ୍ତି । କିନ୍ତୁ ଏବେ ସବୁ ଠିକ୍‌ଠାକ ଅଛି ବୋଲି କହିଛନ୍ତି ବିଜୟ ।

LEAVE A REPLY

Please enter your comment!
Please enter your name here