12 ଘଣ୍ଟା ମଧ୍ୟରେ ଭୀଷଣ ରୂପ ନେବ ଫନି. ପାଣିପାଗ ବିଭାଗ ପକ୍ଷରୁ ଏହାକୁ ଅତି ଭୟଙ୍କର (ଭେରି ସିଭିଅର) ବାତ୍ୟା ବୋଲି କୁହାଯାଉଛି. ରବିବାର ସୁଦ୍ଧା ଫନି ଚେନ୍ନାଇ ଠାରୁ 1050 କିଲୋମିଟର ଏବଂ ମଛ୍ଚଲିପଟ୍ଟନମ ଠାରୁ 1230 କିଲୋମିଟର ଦୂରରେ ରହିଛି. ଘଣ୍ଟାକୁ 16 କିଲୋମିଟର ବେଗରେ ଗତି କରୁଥିବା ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ବିଶେଷ ଭାବେ ପଡିବ ନାହିଁ ବୋଲି କୁହାଯାଉଥିଲେ ହେଁ ଆସନ୍ତା 2 ତାରିଖରୁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି. ରାୟଗଡା. ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି. ଆସନ୍ତା ଚବିଶ ଘଣ୍ଟା ଭିତରେ ବାତ୍ୟା ଭୟଙ୍କର ରୂପ ଧାରଣ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି. ତେବେ ଆସନ୍ତା ଚାରିଦିନ ଯାଏଁ ଓଡିଶାରେ ଫନିର ପ୍ରଭାବ କିଛି ରହିବ ନାହିଁ. ତେବେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରିଦିଆଯାଇଛି. ଓଡିଶା ସରକାର ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି.