ଧାମନଗର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ନିର୍ବାଚନ କମିଶନକୁ ବିଧାନସଭା ପକ୍ଷରୁ ଅବଗତ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣେଇଦିଆଯାଇଛି । ଧାମନଗର ଆସନ ନେଇ ବାଚସ୍ପତି ଘୋଷଣା କରିଛନ୍ତି । ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ନେଇ ବିଧିବଦ୍ଧ ଘୋଷଣା କରାଯାଇଛି । ଧାମନଗର ବିଧାନସଭା ଆସନରୁ ବିଷ୍ଣୁ ସେଠୀ ପ୍ରତିନିଧିତ୍ୱ କରୁଥିଲେ । ଗତ ୧୯ ତାରିଖରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ବିଧାନସଭାରେ ଗୋଟିଏ ଆସନ ଖାଲି ପଡିଛି ।

LEAVE A REPLY

Please enter your comment!
Please enter your name here