ମୟୁରଭଞ୍ଜରେ ବଢିବାକୁ ଲାଗୁଛି ନକଲି ବିଦେଶୀମଦ କାରବାର | ଦୀର୍ଘ ଦିନ ଧରି ଚୋରା ନକଲି ମଦ କାରବାରରେ ମାତିଛନ୍ତି ବେପାରୀ | ସେପଟେ ଟେର ପାଉନଥିବା ବାରିପଦା ଅବକାରୀ ବିଭାଗକୁ ମିଳିଛି ସଫଳତା | କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଏକ ଟାଟାଏସି ଗାଡ଼ିକୁ ଅଟକାଇ ମଦ ଜବତ କରିଛି ଅବକାରୀ ବିଭାଗ | ସହର ସ୍ଥିତ ଟାଙ୍କିସାହି ରାସ୍ତାରୁ ଗାଡିଟିକୁ ଅଟକ ରଖିଥିଲା ପୋଲିସ | ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ, ଅନ୍ୟଜଣେ ଫେରାର ହୋଇଯାଇଛି । ଧରାପଡିଥିବା ଯୁବକ ଜଣକ ହେଉଛି କୁଚେଇ ଅଂଚଳର ସଞ୍ଜିତ ବେହେରା । ତା ନିକଟରୁ ପାଖାପାଖି 52 ଲିଟର ନକଲି ବିଦେଶୀମଦ ସହ ଟାଟାଏସି ଜବଦ କରିଛି ଅବକାରୀ ବିଭାଗ । ମିଳୁଥିବା ସୂଚନା ଅନୁଯାୟୀ ଏହି ବେପାରୀ ଜଣକ ବିଭିନ୍ନ ହୋଟେଲରୁ ପୁରୁଣାମଦ ବୋତଲ ସଂଗ୍ରହ କରି ସେଥିରେ ସ୍ପିରିଟ ଓ ଅନ୍ୟାନ୍ୟ କେମିକାଲ ମିଶାଇ ନକଲିମଦ ତିଆରି କରି ଶସ୍ତାରେ ଵିଭିନ୍ନ ଢ଼ାବା ଗୁଡିକରେ ଏହାକୁ ବିକ୍ରି କରୁଥିଲା । ତେବେ ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି | ଗିରଫ ଯୁବକକୁ କୋର୍ଟ ଚାଲାଣ କରାଯାଇଛି ।
ମୟୁରଭଞ୍ଜ ଘାସିରାମ ବେହେରା

LEAVE A REPLY

Please enter your comment!
Please enter your name here