ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ କରୋନା ଟିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଲେ ନବୀନ । କରୋନାକୁ ନେଇ ଆଗାମୀ ୧୫ ଦିନ ଓଡିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ରହିଛି । ବିଭିନ୍ନ ସ୍ତରରେ ସ୍ୱେଚ୍ଛାସେବୀଙ୍କୁ କୋଭିଡ ମୁକାବିଲାରେ ସାମିଲ ପାଇଁ କହିଲେ । ଗାଁ ଓ ପୌରାଞ୍ଚଳରେ କୋଭିଡ ମ୍ୟାନେଜମେଣ୍ଟ କମିଟି ପାଇଁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ତୃଣମୂଳ ସ୍ତରରୁ କୋଭିଡ ମୁକାବିଲା ନେଇ ଆଲୋଚନା ହୋଇଛି । ରାଜ୍ୟକୁ ସମସ୍ତ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଟିକା, ଟେଷ୍ଟିଂ ଓ ଆବଶ୍ୟକ ଔଷଧ ସମ୍ପର୍କରେ ଆଲୋଚନା ହୋଇଛି । ରାଜ୍ୟରେ ସର୍ବଦଳୀୟ କୋଭିଡ ପରିଚାଳନା କମିଟି ଗଠନ ପାଇଁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here