ଶିମିଳିପାଳରେ ଗତ ଦଶଦିନ ଧରି ନିଆଁ ଲାଗିବା କାରଣରୁ ବହୁ ବୃକ୍ଷଲତା ପୋଡି ପାଉଁଶ ହୋଇଯିବା ଏବଂ ବନ ବିଭାଗ ନିଆଁ ଲିଭାଇବାରେ ବିଫଳ ହେବା ନେଇ ବିରୋଧୀ ଉଦବେଗ ପ୍ରକାଶ କରିଥିଲେ । ଏପରିକି ନିଆଁ ଲାଗିବା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି । ବିରୋଧୀ ଆଶଙ୍କା କରିଛନ୍ତି, ବନୀକରଣ ପାଇଁ ଆସୁଥିବା କାମ୍ପା ଫଣ୍ଡ୍ ହରିଲୁଟ୍ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପି ସାଂସଦମାନେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି କେନ୍ଦ୍ରୀୟ ଟିମ୍ ପଠାଇବାକୁ ଅନୁରୋଧ କରିବା ପରେ ଆଜି ଏକ କେନ୍ଦ୍ରୀୟ ଟିମ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏନଟିସିଏ ଆଇଜି ଅମିତ ମଲ୍ଲିକଙ୍କ ନେତୃତ୍ବରେ ଏହି ଟିମ୍ ଶିମିଳିପାଳରେ ନିଆଁ ଲାଗିବାର କାରଣ ଓ ନିରାକରଣ ସଂପର୍କରେ ଅନୁଧ୍ୟାନ କରିବେ । ଟିମରେ ଆଉ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଓ ଅମିତ ମଲ୍ଲିକ ଶିମିଳିପାଳ ଯାଇ ସ୍ଥିତି ପରଖିବେ ।

LEAVE A REPLY

Please enter your comment!
Please enter your name here