ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ ରହିଲା । ଡିସେମ୍ବରରେ ରାଜ୍ୟରେ କରୋନା ସଙ୍କ୍ରମଣ ବଢିବା ଆଶଙ୍କା ଥିବାରୁ ସ୍କୁଲ ଖୋଲିବା ପ୍ରକ୍ରିିୟାକୁ ସ୍ଥଗିତ ରଖାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କରୋନାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡଲାଇନ ପରେ ଏନେଇ ନିଷ୍ପତ୍ତି ନିଆଯିବ । ଶୀତ ଆସିଥିବାରୁ କରୋନାକୁ ନେଇ ସଚେତନ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏନେଇ ସ୍ୱାସ୍ଥ୍ୟବିଭାଗ ଏକ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିବାକୁ ନିର୍ଦ୍ଦେଶ ରହିଛି । ସ୍ୱତନ୍ତ୍ର ଗାଇଡଲାଇନ ଆସିବା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।