ବିହାର ବିଧାନସଭା ନିର୍ବାଚନର ପ୍ରଚାର ଗୁରୁବାର ଶେଷ ହୋଇଛି । ଶେଷ ପ୍ରଚାରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ଘୋଷଣା କରିଛନ୍ତି । ନୀତିଶ କହିଛନ୍ତି ଯେ, ଏହା ତାଙ୍କ ଶେଷ ପ୍ରଚାର ଏବଂ ଏହା ତାଙ୍କ ଶେଷ ନିର୍ବାଚନ ମଧ୍ୟ । ପୂର୍ଣ୍ଣିୟା ଜିଲ୍ଲାର ଧାମଦାଠାରେ ଅନୁଷ୍ଠିତ ଜେଡିୟୁ ନିର୍ବାଚନ ରାଲିରେ ଏହି କଥା କହିଛନ୍ତି ନୀତିଶ କୁମାର । ଜେଡିୟୁ ପ୍ରାର୍ଥୀ ଲାସି ସିଂଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନୀତିଶ କୁମାର । ଲାସି ସିଂଙ୍କୁ ଜିତାଇ ଦେବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here