ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତ ତଦାରଖ କରିବେ ଜଷ୍ଟିସ ଜେ.ପି. ଦାସ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏହାର ତଦାରଖ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା କରାଇବାକୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ । ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କ ସହଯୋଗ ଲୋଡିଥିଲେ । ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ପାଇଁ ଜଷ୍ଟିସ ଜେ.ପି. ଦାସଙ୍କୁ ନିଯୁକ୍ତ କରିଛନ୍ତି । ଏବେ ତିନୋଟି ଟିମ୍ ତଦନ୍ତ ଜାରି ରଖିଛନ୍ତି ।

ଗତ ରବିବାର ଦିନ ପୋଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here