ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ନର୍ସିଂ କଲେଜ ପାଇଁ ଥିବା 56ଟି ପୋଷ୍ଟ ଉପରେ ମୋହର ଲଗାଇଛନ୍ତି. କଟକ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବିଏସସି ନର୍ସିଂ କଲେଜ ଓ ସମ୍ବଲପୁର ଭିମସାରର କଲେଜ ଅଫ ନର୍ସିଂରେ ପୋଷ୍ଟିଂ ପାଇଁ ସରକାର ଏହା ଉପରେ ମୋହର ମାରିଛନ୍ତି. ଏହାସହ ଏହି ଦୁଇଟି ମେଡିକାଲ କଲେଜ ପାଇଁ 7ଟି ପ୍ରଶାସନିକ ପଦ ମଧ୍ୟ ସୃଷ୍ଟି କରାଯାଇଛି. ଏସସିବି ପାଇଁ ସରକାର 32ଟି ଟିଚିଙ୍ଗ ପୋଷ୍ଟ ମଞ୍ଜୁର କରିଛନ୍ତି. ଯାହାମଧ୍ୟରେ ଗୋଟିଏ ପ୍ରିନ୍ସିପାଲ, ଗୋଟିଏ ଭାଇସ-ପ୍ରିନ୍ସିପାଲ, ଗୋଟିଏ ପ୍ରଫେସର, 4ଟି ଆସୋସିଏଟ ପ୍ରଫେସର, 6ଟି ଆସିଷ୍ଟାଣ୍ଟ ପ୍ରଫେସର/ଲେକ୍ଚରର ଏବଂ 19ଟି ଟ୍ୟୁଟର ପୋଷ୍ଟ ସାମିଲ ଅଛି. ଅନ୍ୟପଟେ ଭିମସାର ପାଇଁ ମଧ୍ୟ 24ଟି ଟିଚିଙ୍ଗ ପୋଷ୍ଟ ସରକାର ମଞ୍ଜୁର କରିଛନ୍ତି. ଯାହା ଭିତରେ ଗୋଟିଏ ପ୍ରିନ୍ସିପାଲ, ଗୋଟିଏ ଭାଇସ-ପ୍ରିନ୍ସିପାଲ, ଗୋଟିଏ ପ୍ରଫେସର, 3ଟି ଆସୋସିଏଟ ପ୍ରଫେସର, 8ଟି ଆସିଷ୍ଟାଣ୍ଟ ପ୍ରଫେସର/ଲେକ୍ଚରର ଏବଂ 10ଟି ଟ୍ୟୁଟର ପୋଷ୍ଟ ରହିଛି.

LEAVE A REPLY

Please enter your comment!
Please enter your name here