ଆଦିବାସୀ ଅଧୁସିତ ମାଲକାନଗିରି ଜିଲ୍ଲାର ଲୋକେ ଆଜୀବି ଜୀବନର ପ୍ରତିଟି ଭାଗରେ ପ୍ରକୃତି ସହ ଜଡିତ ଅଛନ୍ତି । ଆଉ ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜିଲ୍ଲାର ପଦ୍ମଗିରି ସ୍ଥିତ ସରକାରୀ ଏସ ଏସ ଡି ଉଚ ବିଦ୍ୟାଳୟରେ । ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ପ୍ରତିବର୍ଷ ରକ୍ଷା ବନ୍ଧନ ଉତ୍ସବ ପାଳନ କରୁଥିବା ବେଳେ ଚଳିତ ବର୍ଷ ଏହି ପର୍ବ କୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସାରା ଦେଶରେ ଭଉଣୀ ଆଜି ବିଭିନ୍ନ ରଙ୍ଗ ବେରଙ୍ଗର ରାଖୀ କିଣି ଆଣି ଭାଇ ହାତରେ ବାନ୍ଧି ଥାଏ, ଆଉ ଭାଇ ମଧ୍ୟ ଭଉଣୀର ସୁରକ୍ଷା ପାଇଁ ଶପଥ ନେଇ ଉପହାର ଦେଇଥାଏ । ତେବେ ଏହି ଆଦିବାସୀ ଜିଲ୍ଲାର କୁନି କୁନି ଭାଇ ଓ ଭଉଣୀ କିଛି ଅଲଗା ଢଙ୍ଗରେ ରାଖୀ ପର୍ବ କୁ ପାଳନ କରିଛନ୍ତି । ଏମାନେ ବଜାରରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ଯୁକ୍ତ ରାଖୀ ବଦଳରେ ନିଜେ ଫୁଲ ଓ ପତ୍ର ରେ ଖୁବ ସୁନ୍ଦର ରାଖୀ କରି ଭଉଣୀ ଭାଇ ହାତରେ ବାନ୍ଧିଥିବା ବେଳେ ଭାଇ ମଧ୍ୟ ପରିବେଶ ପାଇଁ ଏମାନେ ନିଆରା ବାର୍ତା । ରାଖୀ ପୁର୍ଣିମା ର ମହତ୍ଵ ଅନେକ ଥିବା ବେଳେ ଏହା ଭାରତୀୟ କଳା ଓ ସଂସ୍କୃତି କୁ ବଞ୍ଚାଇ ରଖିଛି । ଭାତୃତ୍ଵ ଭାବର ପର୍ବ ହେଉଛି ରାଖୀ , ଆଉ ଏହି ପର୍ବରେ ପରିବେଷ ସୁରକ୍ଷା ପାଇଁ ବାର୍ତା ଦେଇଥିବା ଏହି କୁନି କୁନି ପିଲାଏ ରାଖୀ ପର୍ବର ମହତ୍ଵ କୁ ଦ୍ଵିଗୁଣିତ କରିଥିବା ବେଳ ଅନ୍ୟମାଙ୍କ ପାଇଁ ପରିବେଷ ସୁରକ୍ଷାର ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ।
ମାଲକାନଗିରି ରୁ ଏ.ଦେବାଶିଷ ପାତ୍ର ତକ୍ଷକ ଟିଭି

LEAVE A REPLY

Please enter your comment!
Please enter your name here