ସ୍ଥଗିତ ରହିଛି ୨୦୨୨ ନିଟ୍ ପିଜି ପରୀକ୍ଷା । ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାର ଥିଲା । କିନ୍ତୁ ପରୀକ୍ଷା ସ୍ଥଗିତ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି କୁହାଯାଉଛି । କାଉସେଲିଂ ତାରିଖକୁ ନେଇ ବିବାଦ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଥିବା ଜଣାପଡିଛି । ତେବେ ୨୦୨୨ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରହିଛି ।